ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୪ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୩୦/୧୦: ଆସୁଛି ବାତ୍ୟା ‘ଜୱାଦ’ ! ଦକ୍ଷିଣ ଥାଇଲାଣ୍ଡରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଆସନ୍ତା ୧୨ ଘଣ୍ଟାରେ ଆଣ୍ଡାମାନ ସାଗରକୁ ଲଘୁଚାପ ଆସିବ । ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨ ଡିସେମ୍ବରରେ ଲଘୁଚାପ ଆବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ଏହି ଅବପାତ । ୪ ତାରିଖ ସକାଳେ ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ଛୁଇଁବାର ଆଶଙ୍କା ରହିଛି ।

ବାତ୍ୟା ଜୱାଦ ପ୍ରଭାବରେ ଆସନ୍ତା ୩ ତାରିଖ ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ତେବେ ଡିସେମ୍ବର ୪ ତାରିଖ ଏବଂ ୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ତେବେ ୩ରୁ ୪ ଡିସେମ୍ବର ପାଇଁ ୪ଟି ଜିଲ୍ଲା ତଥା ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁରରେ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ସେହିପରି ୪ରୁ ୫ ଡିସେମ୍ବର ପାଇଁ ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ।