ITDA ସହକାରୀ ଯନ୍ତ୍ରୀଙ୍କ ଘରୁ ବିପୁଳ ଟଙ୍କା ଓ ସୁନା ଜବତ

ଭୁବନେଶ୍ୱର, ୨୫/୧୧: ମୟୂରଭଞ୍ଜ ITDA ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଚଢ଼ାଉରେ ୪୧.୭୭ ଲକ୍ଷ ଟଙ୍କା ଓ ସୁନା ଜବତ ହୋଇଛି। ଗତ ୫ ମାସରେ ଏହା ସର୍ବାଧିକ ଜବତ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ପୂର୍ବତନ ଉପପ୍ରବନ୍ଧକ ପ୍ରତାପ ସାମଲଙ୍କଠାରୁ ଜବତ ହୋଇଥିଲା ୩୮.୧୩ ଲକ୍ଷ ନଗଦ ଟଙ୍କା। ସେହିପରି ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କଠାରୁ ୧୬.୫ ଲକ୍ଷ ଟଙ୍କା, ଭବାନୀପାଟଣାରେ ସ୍ବତନ୍ତ୍ର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କଠୁ୧୫.୬ ଲକ୍ଷ ଟଙ୍କା ଜବତ ହୋଇଥିଲା।