୨୦୧୯ ପାଇଁ ଓଡ଼ିଶାକୁ ମିଳିଲା ‘ଷ୍ଟାର୍ଟ ଅପ୍‌ ଲିଡର’ ମାନ୍ୟତା

ଭୁବନେଶ୍ୱର, ୧୫/୧୧: ୨୦୧୯ ପାଇଁ ଓଡ଼ିଶାକୁ ମିଳିଲା ‘ଷ୍ଟାର୍ଟ ଅପ୍‌ ଲିଡର’ ମାନ୍ୟତା ମିଳିଛି। ରାଜ୍ୟ ଷ୍ଟାର୍ଟ ଅପ୍‌ ପରିଷଦ ବୈଠକରେ ମୁଖ୍ୟ ଶାସନ ସଚିବ ଏନେଇ ସୂଚନା ଦେଇଛନ୍ତି। ରାଜ୍ୟରେ ଷ୍ଟାର୍ଟ ଅପ୍‌ ଉଦ୍ୟୋଗ ସଂଖ୍ୟା ୭୭୪କୁ ବୃଦ୍ଧି ପାଇଥିବା ବେଳେ ୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଷ୍ଟାର୍ଟ ଅପ୍‌ ପାଇଁ ପରିବେଶ ଓ ବ୍ୟବସ୍ଥା କ୍ରିୟାଶୀଳ କରିବାକୁ ନିର୍ଦେଶ ଦିଆଯାଇଛି ।

ମାର୍ଚ ସୁଦ୍ଧା ଇଡ୍‌କୋର ନିର୍ମାଣାଧୀନ ଜିରୋ-ହବ୍‌ ବିକଶିତ ହେବ । ୫ ଷ୍ଟାର୍ଟ ଅପ୍‌ ଓ ୪ ଇନ୍‌କ୍ୟୁବେଟରକୁ ୨.୮୮ କୋଟି ଦେବାକୁ ନିଷ୍ପତ୍ତି ନିଆଯାଇଛି । CTRTC ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ନୋଡାଲ ଏଜେନ୍‌ସି ଭାବେ ସ୍ବୀକୃତି ଦିଆଯିବ।