ଟମାଟୋ @୧୦୦

ଭୁବନେଶ୍ବର, ୨୫/୧୧: କାର୍ତ୍ତିକ ମାସ ସରିଗଲାଣି କିନ୍ତୁ ପରିବା ଦର କମିବାରେ ନା ଧରୁନି। କିଛି ବି ତରକାରୀ କଲେ ସେଥିରେ ଟମାଟୋ ଖୋଜା ପଡେ। କିନ୍ତୁ ଏବେ ଟମାଟୋ ଦର କିଲୋ ପିଛା ୧୦୦ ଟପିଲାଣି। ଟମାଟୋ ଛୁଇଁବାକୁ ଲୋକେ ଡରଲେଣି।ତରକାରୀରେ ଗୋଟିଏ ବଦଳରେ ଫାଳେ ଟମାଟ ବ୍ୟବହାର କରୁଛନ୍ତି ଖାଉଟି । ସବୁ ପରିବାରର ଏକ ପ୍ରମୁଖ ପରିବା ହୋଇଥିବା ଟମାଟୋ ଏବେ ହାଣ୍ଡିଶାଳରୁ ଉଭାନ ହେବାକୁ ବସିଲାଣି । କିଲୋ ପିଛା ଦର ଶହେ ଟଙ୍କା ଟପିଯିବା ପରେ ଏମିତି ସ୍ଥିତି ସୃଷ୍ଟି ହୋଇଛି । କେବଳ ଟମାଟୋ ନୁହେଁ ୫୦ ତଳେ କୌଣସି ପରିବା ନାହିଁ । ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ବେଶ ପ୍ରଭାବ ପକାଇଛି।