ଓକାକ୍ ସିଇଓଙ୍କ ହ୍ୱାଟସପ୍ ହ୍ୟାକ କରି ଟଙ୍କା ଠକେଇ ମାମଲାରେ ମିଳୁଛି ନୂଆ ତଥ୍ୟ

ଭୁବନେଶ୍ୱର, ୨୪/୧୧: ଓକାକ୍ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସପ୍ ହ୍ୟାକ କରି ୭ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦିଲ୍ଲୀ ପୋଲିସ ଗିରଫ କରିଥିବା ନାଇଜେରିଆନ ଗ୍ୟାଙ୍ଗର ଓକୁଉଦିିରି ପାଶ୍ଚାଲଙ୍କୁ ପଚରାଉଚରା ପରେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସ ଏବଂ ଓଡ଼ିଶା କ୍ରାଇମ ବ୍ରାଂଚର ଏକ ଟିମ୍ ପାଶ୍ଚାଲଙ୍କ ସମେତ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋରରେ ଅଛନ୍ତି । ସମସ୍ତ ଠକ ନାଇଜେରିଆନ ବୋଲି ଜଣାପଡିଛି ।