ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତିରେ ଶିଳାନ୍ୟାସ କଲେ ଗଜପତି ମହାରାଜ

ପୁରୀ, ୨୪/୧୧: ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଛନ୍ତି ଗଜପତି ମହାରାଜ। ଯଜ୍ଞସ୍ଥଳରେ ଗଜପତି ମହାରାଜ, ବାଚସ୍ପତି ଓ ଆଇନ ମନ୍ତ୍ରୀ, ପିସିସି ସଭାପତି, ପୁରୀ ସାଂସଦ, ଏବଂ ବିଧାୟକ ଉପସ୍ଥିତ ଥିଲେ। ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ, ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ବି ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ  ଓଡିଶା ପାଇଁ ଆଜି ଐତିହାସିକ ଦିନ। ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜିର ଦିନ ସ୍ମରଣୀୟ।

ସୂଚନାଯୋଗ୍ୟ ଯେ ଆଜି ସାଢ଼େ ୯ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସକାଳ ସାଢ଼େ ୭ଟାରୁ ସାଢ଼େ ୯ଟା ମଧ୍ୟରେ ସୂର୍ଯ୍ୟପୂଜା, ଅଗ୍ନିପୂଜା ଓ ଯଜ୍ଞବିଧି ସମ୍ପନ୍ନ ହୋଇଛି । ୧୦ଟା ୧୫ରୁ ସାଢ଼ା ୧୦ଟା ମଧ୍ୟରେ ଶିଳା ସ୍ଥାପନ ଓ ପୁଷ୍ପାଞ୍ଜଳି ସହ ପୂର୍ଣ୍ଣାହୁତି ଦିଆଯାଇଥିଲା ।