ପୂର୍ବତନ ପୋଲିସ ମହାନିର୍ଦେଶକ ଏସ୍‌.କେ. ଚାଟାର୍ଜୀଙ୍କ ପରଲୋକ

ଭୁବନେଶ୍ୱର, ୧୫/୧୧: ପୂର୍ବତନ ପୋଲିସ ମହାନିର୍ଦେଶକ ଏସ୍‌.କେ. ଚାଟାର୍ଜୀଙ୍କ ପରଲୋକ ଘଟିଛି।  ଗତକାଲି ରାତିରେ ନୂଆଦିଲ୍ଲୀରେ ପରଲୋକ ହୋଇଥିବା ସୂଚନା ମିିଳିଛି। ୧୯୬୬ ବ୍ୟାଚ୍‌ର IPS ଚାଟାର୍ଜୀ ୨୦୦୦ରୁ ୨୦୦୧ ଯାଏ DGP ଥିଲେ । ସ୍ବର୍ଗତ ଚାଟାର୍ଜୀଙ୍କ ବିୟୋଗରେ ଡିଜିପି ଅଭୟ ଶୋକ ପ୍ରକାଶ କରିଛନ୍ତି। ପୋଲିସ କଲ୍ୟାଣ ଓ କର୍ତ୍ତବ୍ୟନିଷ୍ଠା ପାଇଁ ଚାଟାର୍ଜୀ ମନେରହିବେ ବୋଲିି ଅଭୟ କହିଛନ୍ତି।