ଭାରତ-ନ୍ୟୁଜିଲାଣ୍ଡ କ୍ରିକେଟ ଟେଷ୍ଟ ପାଇଁ ୧୬ ଜଣିଆ ଭାରତୀୟ ଟିମ୍ ଘୋଷିତ

ନୂଆଦିଲ୍ଲୀ, ୨୩/୧୧: ଭାରତ-ନ୍ୟୁଜିଲାଣ୍ଡ କ୍ରିକେଟ ଟେଷ୍ଟ ପାଇଁ ୧୬ ଜଣିଆ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ଜଙ୍ଘରେ ଆଘାତ ଯୋଗୁଁ ବାଦ୍‌ ପଡ଼ିଛନ୍ତି କେ. ଏଲ୍‌. ରାହୁଲ। ତାଙ୍କ ସ୍ଥାନରେ ୨ଟି ମ୍ୟାଚ୍‌ ପାଇଁ ସୂର୍ଯ୍ୟ କୁମାର ଯାଦବ ସାମିଲ ହୋଇଛନ୍ତି। ନଭେମ୍ବର ୨୫ରୁ ୟୁପିର କାନପୁରରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଟିମ୍‌ ଇଣ୍ଡିଆରେ ଅଧିନାୟକ ଆଜିଙ୍କ୍ୟ ରାହାଣେ, ମୟଙ୍କ, ଚେତେଶ୍ବର ଶୁଭମନ, ଶ୍ରେୟସ୍‌, ସୂର୍ଯ୍ୟକୁମାର, ଋଦ୍ଧିମାନ, ଭାରତ, ରବୀନ୍ଦ୍ର ଜାଡେଜା
ଅଶ୍ବିନ, ଅକ୍ଷର, ଜୟନ୍ତ, ଈଶାନ୍ତ, ଉମେଶ, ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଅଛନ୍ତି।