ରାୟଗଡ଼ାରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩/୧୧: ରାୟଗଡ଼ାରେ ଭର୍ଚୁଆଲରେ BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ରାୟଗଡ଼ା ଜିଲ୍ଲାରେ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିିଛନ୍ତି। ଏହା ଦ୍ବାରା ଉପକୃତ ହେବେ ଜିଲ୍ଲାର ୨ ଲକ୍ଷ ୫୨ ହଜାର ୧୯୧ ପରିବାର। ରାୟଗଡ଼ାରେ ଉପସ୍ଥିତ ମନ୍ତ୍ରୀ ଓ ବିଧାୟକ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିଛନ୍ତି। ଜିଲ୍ଲାର ମୋଟ ୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ କାର୍ଡ ଦିଆଯିବ ବୋଲି ସୂଚନା ରହିଛି।