ବରଗଡ଼ DSWOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୨୩/୧୧: ବରଗଡ଼ DSWO ଚନ୍ଦ୍ରା ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷ ରୁ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଏବେ ସୁଦ୍ଧା ନଗଦ ୩ ଲକ୍ଷ ୫୪ ହଜାର ଟଙ୍କା ସହ ବହୁ କାଗଜପତ୍ର ଏବଂ ଅଳଙ୍କାର ଜବତ କରାଯାଇଥିବା ସୂଚନା ରହିଛି। ଅନ୍ୟପଟେ DSW ଅଫିସରେ ବି ଚଢ଼ାଉ କରୁଛି ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍।