ଆନ୍ଧ୍ରରେ ହେବ ନାହିଁ ୩ଟି ରାଜଧାନୀ

ନୂଆଦିଲ୍ଲୀ, ୨୨/୧୧: ଆନ୍ଧ୍ରରେ ୩ଟି ରାଜଧାନୀ ହେବ ନାହିଁ। ଏନେଇ ଆନ୍ଧ୍ର ବିଧାନସଭାରେ ଆଗତ ହୋଇଛି ବିକେନ୍ଦ୍ରୀକରଣ ପ୍ରତ୍ୟାହାର ବିଲ୍‌ । ଆନ୍ଧ୍ର ପ୍ରଦେଶରେ ୩ଟି ରାଜଧାନୀ ପ୍ରତିଷ୍ଠା ପ୍ରସ୍ତାବ ପ୍ରତ୍ୟାହାର ହେବ । ସୂଚନାଯୋଗ୍ୟ ଯେ ବିଶାଖାପାଟଣା, ଅମରାବତୀ ଓ କୁର୍ଣ୍ଣୁଲରେ ରାଜଧାନୀ ପାଇଁ  ପ୍ରସ୍ତାବ ଥିଲା। ବିଶାଖାପାଟନମରେ କାର୍ଯ୍ୟନିର୍ବାହୀ ରାଜଧାନୀ, ଅମରାବତୀରେ ବିଧାନସଭା ରାଜଧାନୀ ଏବଂ କୁର୍ନୁଲରେ ନ୍ୟାୟିକ ରାଜଧାନୀ ରହିବା ସହିତ ଏହାର ଯୋଜନାକୁ ରୂପ ଦିଆ ଯାଇଥିଲା। ଏଥିରେ ମଧ୍ୟ ରାଜ୍ୟକୁ ବିଭିନ୍ନ ଜୋନରେ ବିଭକ୍ତ କରିବା ଏବଂ ଜୋନାଲ ଯୋଜନା ଏବଂ ବିକାଶ ବୋର୍ଡ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଥିଲା।