ପୁନର୍ଗଠନ ହେଲା ଗେହଲଟ କ୍ୟାବିନେଟ

ନୂଆଦିଲ୍ଲୀ, ୨୧/୧୧: ରାଜସ୍ଥାନ ରାଜନୀତିରେ ସରିଲା ଛକାପଞ୍ଝା। କିଛି ଦିନ ଧରି ରାଜସ୍ଥାନ ରାଜନୀତିରେ ଝଡ଼ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ଯୁବନେତା ସଚିନ ପାଇଲଟଙ୍କ ମଧ୍ୟରେ ଦୂରତା ବଢ଼ି ବଢ଼ି ଚାଲିଥିଲା । ମଧ୍ୟପ୍ରଦେଶ ଭଳି ରାଜସ୍ଥାନର ସେହିପରି ସ୍ଥିତି ସୃଷ୍ଟି ନହେବା ନେଇ ପ୍ରୟାସ ହୋଇଥିଲା। ଏହାରିମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝାର ସମାଧାନ ପାଇଁ ବଦଳିଛି ମନ୍ତ୍ରିମଣ୍ଡଳ । ଆଜି ରାଜସ୍ଥାନରେ ଅଶୋକ ଗେହଲଟ ମନ୍ତ୍ରିମଣ୍ଡଳର ଚେହେରା ବଦଳିଯାଇଛି । ରାଜସ୍ଥାନରେ ଆଜି ୧୧ କ୍ୟାବିନେଟ ଓ ୪ ରାଷ୍ଟ୍ରମନ୍ତ୍ରୀଙ୍କ ସହ ଶପଥ ନେଇଛନ୍ତି ମୋଟ ୧୫ ମନ୍ତ୍ରୀ । ନୂଆ ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କ ୫ ସମର୍ଥକଙ୍କୁ ସାମିଲ କରାଯାଇଛି । ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ୧୫ ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ।