ଭୁବନେଶ୍ୱର, ୨୧/୧୧: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆଉ ୮ ମାସ ପାଇଁ ଚାଉଳ ଯୋଗାଇ ଦେବାକୁ ସେ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୭ ମାସ ପାଇଁ ଚାଉଳ ଯୋଗାଇ ଦେଇଥିଲେ କେନ୍ଦ୍ର ସରକାର । ଚଳିତବର୍ଷ ମେ’ରୁ ନଭେମ୍ବର ପର୍ଯ୍ୟନ୍ତ ଚାଉଳ ଯୋଗାଣକୁ ବୃଦ୍ଧି କରାଯାଇଥିଲା , ଯାହାର ସମୟସୀମା ଏବେ ସରିବାକୁ ଯାଉଛି । ଏହାରିମଧ୍ୟରେ ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଏଯାଏଁ ମଧ୍ୟ ସମ୍ପୂର୍ଣ୍ଣ ଟଳିନି । କରୋନାର ପ୍ରଭାବ କମିନଥିବାରୁ ଆଉ ୮ ମାସ ଯାଏଁ ଏହି ଯୋଜନାରେ ଗରିବ ହିତାଧିକାରୀଙ୍କୁ ଚାଉଳ ଯୋଗାଣ ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।