ଏଲପିଜି ଗ୍ୟାସ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି

ନୂଆଦିଲ୍ଲୀ, ୨୧/୧୧: କରୋନା କାଳରେ ଏଲପିଜି ଗ୍ୟାସ ଦର ଦିନକୁ ଦିନ ବୃଦ୍ଧି ପାଉଛି। ଏହି ଗ୍ୟାସ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡି । ଉଜ୍ଜ୍ୱଳା ଯୋଜନା କରି ଗରିବଙ୍କୁ ଠକିଛନ୍ତି କେନ୍ଦ୍ର ସରକାର  । ଗ୍ୟାସ ଦର ନକମିଲେ ପୁରପଲ୍ଲୀରେ ଆନ୍ଦୋଳନ ହେବ ବୋଲିି ବିଜେଡି କହିଛି।୨୦୧୪ରୁ ୨୦୨୧ ତୁଳନାରେ ଏଲପିଜିରେ ୭୦ ଭାଗ ଦର ବୃଦ୍ଧି ଘଟିଛି । ଉଲ୍ଲେଖଯୋଗ୍ୟ ଯୋଗ୍ୟ ଯେ ଗ୍ୟାସ ଦର ବୃଦ୍ଧି ନେଇ ଆସନ୍ତା ୨୨ରେ କଟକ ଆରଡିସିରେ, ୨୩ତାରିଖରେ ସମ୍ବଲପୁର ଆରଡିସିରେ, ୨୪ତାରିଖରେ ବ୍ରହ୍ମପୁର ଆରଡିସିରେ ଧାରଣା ଦିଆଯିବ । ଏଲପିଜି ଦର ନକମିବା ଯାଏଁ ତୃଣମୂଳ ସ୍ତରରେ ଆନ୍ଦୋଳନ ହେବ ବୋଲି ସୂଚନା ରହିଛି ।