କିପରି କଟିବ ଆଜି ଆପଣଙ୍କ ଦିନ: ୨୧/୧୧/୨୦୨୧

ମେଷ: ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । ନୂତନ ବସ୍ତୁ କ୍ରୟ କରିପାରିବେ । ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ ।

ବୃଷ: ଶାରୀରିକ ସମସ୍ୟାରୁ ମୁକ୍ତି ପାଇବେ । ଘରୋଇ ସମସ୍ୟାର ସମାଧାନ ହୋଇ ପରିବାର ସହିତ କୌଣସି ଜାଗାକୁ ଭ୍ରମଣ କରିବାକୁ ଯାଇ ପାରନ୍ତି । ନିଜ କାର୍ଯ୍ୟରେ ପ୍ରୟାସ ଜାରି ରଖନ୍ତୁ ନିଶ୍ଚିତ ସଫଳତା ମିଳିବ । ପରୋପକାର ଓ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ ।

ମିଥୁନ:ଆନ୍ତରିକ ଉତ୍ସାହ ବୃଦ୍ଧିହେବା ଫଳରେ ବ୍ୟବସାୟକ୍ଷେତ୍ରର ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ ।

କର୍କଟ:ଶତୃମାନେ ଦୂରେଇ ଯିବେ । କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି । ସରକାରୀ କାର୍ଯ୍ୟରେ ସଫଳ ହବାର ସମ୍ଭାବନା ଅଛି । ବ୍ୟବସାୟରେ ଅଟକି ଥିବା ଧନ ପ୍ରାପ୍ତି ହେବା ସହ ଆପଣ ଅଧିକ ଲାଭ ବାନ ହେବେ । ଆର୍ଥିକ ସ୍ଥିତି ବହୁତ ଭଲ ରହିବ ।

ସିଂହ:ସାମାଜିକ ପତିଆରା ଅମଳିନ ରହିବ । ମନରେ ଶାନ୍ତି ସନ୍ତୋଷ ଦେଖାଦେବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ଦୂରଯାତ୍ରାର ସୁଯୋଗ ପାଇବେ ।

କନ୍ୟା:ସ୍ୱାସ୍ଥ୍ୟରେ ଉନ୍ନତି, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ ।

ତୁଳା:ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ । ଗୃହ କାର୍ଯ୍ୟରେ ସେବକ ମାନଙ୍କ ସାହାଯ୍ୟ ମିଳିବା ଯୋଗେ ପରିବାରରେ ସୁଖ ଶାନ୍ତି ଦେଖା ଦବ । ପଡୋଶୀମାନେ ଆପଣଙ୍କ ଉପରେ ଖୁସି ରହିବେ । ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଦେଖା ଦବ ।

ବିଛା:ସାମାଜିକ କାର୍ଯ୍ୟରେ ଦାଇତ୍ଵ ବଢିବ ଓ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ନିର୍ମାଣମୂଳକ ଯୋଜନାରେ ଆଗେଇବେ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇ ଯିବ ।

ଧନୁ:ଶରୀର ସୁସ୍ଥ ରହିବ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ଶିକ୍ଷାକ୍ଷେତ୍ରରେ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ଦୂରଯାତ୍ରାରେ ସଫଳ ହେବେ । ବ୍ୟବସାୟରେ ନୂତନଧାରା ଖୋଲିବେ । ଆୟର ସ୍ରୋତ ବୃଦ୍ଧି ହେବ । ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ ।

ମକର:ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ । ବ୍ୟବସାୟରେ ପରିଶ୍ରମ ଫଳରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ ଓ ଆଶାତୀତ ଲାଭ ପାଇବେ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଅଶାନ୍ତି ଦୂରେଇ ଯିବ ।

କୁମ୍ଭ:ଶାରୀରିକ ସମସ୍ୟା ଦୂର ହୋଇଯିବ । ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ବନ୍ଧୁଙ୍କ ଆଗମନ ହୋଇ ପାରିବାରିକ ପରିସ୍ଥିତି ବଦଳିଯିବ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ପତିପତ୍ନୀଙ୍କ ସମ୍ପର୍କରେ କିଛି ସମସ୍ୟା ସମାଧାନ ହୋଇ ଆଜି ଆପଣ ଶାନ୍ତିରେ ଜୀବନ ଅତିବାହିତ କରିବେ ।

ମୀନ:ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ମାନସିକ ସ୍ଥିତି ବହୁତ ଭଲ ରହିବ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହବ । ପୁରୁଣା କାର୍ଯ୍ୟରେ ଲାଭ ମିଳିବ ଓ କିଛି ନୂଆ କାର୍ଯ୍ୟ ଆରମ୍ଭକରି କାର୍ଯ୍ୟକ୍ଷେତ୍ରରେ ପ୍ରସଂଶନୀୟ ହେବେ । ବ୍ୟବସାୟରେ ଅଧିକ ବିକ୍ରୟ ହେବାରୁ ଆପଣଙ୍କ ମନ ଖୁସି ରହିବ ।