ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦ /୧୧ : ଢ଼େଙ୍କାନାଳ ଓ ଅନୁଗୁଳ ଗସ୍ତରେ ଆଜି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଆଉ ଦୁଇଟି ଜିଲ୍ଲା । ଢ଼େଙ୍କାନାଳ ଓ ଅନୁଗୁଳ ଗସ୍ତରେ ଯାଇ ଏହି ଦୁଇ ଜିଲ୍ଲାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତତ ବ୍ୟତୀତ ଢେଙ୍କାନାଳ ଜିଲ୍ଲାର ୪୪୮ ଗୋଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଜିଲ୍ଲାର ୨ ଲକ୍ଷ ୯୪ ହଜାର ପରିବାର ଓ ୯ ଲକ୍ଷ ହିତାଧିକାରୀ ଉପକୃତ ହେବେ । ସେହିପରି ଅନୁଗୁଳରେ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ୧୦ ଲକ୍ଷ ହିତାଧିକାରୀ ଉପକୃତ ହେବେ । ସେଠାରେ ୧୧ଶହ ୭୬ କୋଟି ଟଙ୍କା ପ୍ରକଳ୍ପର ଭେଟି ଦେବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଅନୁଗୁଳର ବିଭିନ୍ନ ସ୍ଥାନରେ କଳାପତାକା ଦେଖାଇବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ବିରୋଧୀ ଦଳ ବିଜେପି ଓ କଂଗ୍ରେସ ।