ଗ୍ୟାସ୍‌ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ୩ ଦିନ ଧରି ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର, ୧୭/୧୧: ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ଗ୍ୟାସ ଦର। ରାଜ୍ୟରେ LPG ସିଲିଣ୍ଡରର ଦରବୃଦ୍ଧି ନେଇ କେନ୍ଦ୍ରକୁ ଘେରିଛି ବିଜେଡି। ଗ୍ୟାସ୍‌ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ବିଜେଡିି ଆନ୍ଦୋଳନ କରିବା ନେଇ ଘୋଷଣା କରିଛି। ଆସନ୍ତା ୨୨ରୁ ୩ ଦିନ ଧରି ୩ଟି RDC ଡିଭିଜନରେ ଆନ୍ଦୋଳନ କରିବ ବିଜେଡି। ୨୨ନଭେମ୍ବର କଟକ ଆରଡିସି କାର୍ଯ୍ୟାଳୟରେ ସାମ୍ନାରେ ବିକ୍ଷୋଭ, ୨୩ତାରିଖରେ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଓ ୨୪ତାରିଖରେ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି । ଆନ୍ଦୋଳନରେ ସାମିଲ ହେବେ ବିଜେଡିର ମହିଳା, ଛାତ୍ର ଓ ଯୁବ ସଂଗଠନ।ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ।