OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ୱର, ୧୭/୧୧: OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଠାରୁ ଆୟଠାରୁ ୧୦୨୧% ଅଧିକ ସମ୍ପତ୍ତି ଜବତ ହୋଇଥିଲା। ତେଣୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଏହାପରେ ଆଜି ପ୍ରତାପଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ। ରିମାଣ୍ଡ ବେଳେ ୨ଟି ଓଡିଆ ଚଳଚ୍ଚିତ୍ର ନିର୍ମାଣରେ ବହୁ ଅର୍ଥ ବିନିଯୋଗ ନେଇ ଜେରା କରାଯିବ। ଅନ୍ୟପଟେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା ସେ ଜମା କରିଥିବା ସୂଚନା ମଧ୍ୟ ରହିିଛି।