ଆଜିଠୁ ନନ୍ଦନକାନନରେ ପୁଣି ଗଡ଼ିବ ଟଏ ଟ୍ରେନ

ଭୁବନେଶ୍ୱର, ୧୬/୧୧: ଆଜିଠାରୁ ନନ୍ଦନକାନନରେ ପୁଣି ଗଡ଼ିବ ଟଏ ଟ୍ରେନ। ମୋଟ ୬ଟି ଟ୍ରିପ୍‌ରେ ଟଏ ଟ୍ରେନ ଗଡିବ। ଦୈନିକ ସକାଳ ୧୦, ୧୧ ଓ ୧୨ଟାରେ ୩ଟି ଟ୍ରିପ୍ ହେବ। ଅପରାହ୍ନ ୨ଟା, ୩ ଟା ଓ ୪ଟାରେ ଆଉ ୩ଟି ଟ୍ରିପ୍‌ରେ ଟ୍ରେନ ଗଡ଼ିବା ନେଇ ସୂଚନା ରହିଛି। ପ୍ରତି ଟ୍ରିପ୍‌ରେ ଯିବେ ୭୨ ଜଣ ପର୍ଯ୍ୟଟକ । ଏହାସହ ସମସ୍ତ କୋଭିଡ ନିୟମ ପାଳନ କରାଯିବ। କ ରୋନା ଯୋଗୁ ସମସ୍ତ ପ୍ରାଣୀ ଉଦ୍ୟାନ ନନ୍ଦନ କାନନ ବନ୍ଦ ରଖାଯାଇଥିଲା। ଏବେ ଟିକେ ପରିସ୍ଥିତି ସୁଧାର ଆସିବା ପରେ ଖୋଲା ଯାଇଛି।