ପ୍ରଥମ ଥର T20 ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ, ୧୪/୧୧: ଟି-୨୦ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟ୍‌ରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଛିି। ପ୍ରଥମ ଥର T20 ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ। ନ୍ୟୁଜିଲାଣ୍ଡ ୧୭୨/୪ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୧୭୩/୨ ରେ ବିଜୟୀ ହୋଇଛି। ସୂଚନାଯୋଗ୍ୟ ଯେ ଆଜି ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା କିୱି ଦଳ ।