ବେହାଲ କରୁଛି ପ୍ରଦୂଷଣ, ଦିଲ୍ଲୀରେ ସପ୍ତାହେ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ୱର, ୧୩/୧୧: ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ପରିସ୍ଥିତି ଖରାପ ହୋଇଚାଲିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ବଡ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରେ ସପ୍ତାହେ ଯାଏଁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ସୋମବାରରୁ ସପ୍ତାହେ ଯାଏଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର ୧୪ରୁ ୧୭ ତାରିଖ ଯାଏଁ ନିର୍ମାଣ କାମ ବନ୍ଦ କରିବାକୁ କୁହାଯାଇଛି । ସରକାରୀ କର୍ମଚାରୀଙ୍କୁ ୭ ଦିନ ୱାର୍କ ଫ୍ରମ ହୋମ ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି।ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।