ବିଜେପୁରରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨/୧୧: ବରଗଡ଼ ବିଜେପୁରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଜିଲ୍ଲାର ୧୨ଟି ବ୍ଲକର ୩.୬୪ ଲକ୍ଷ ଲୋକଙ୍କୁ ସ୍ମାର୍ଟକାର୍ଡ ମିିଳିବ। ପରିବାରକୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ।

ବରଗଡ଼ ଜିଲ୍ଲା ପାଇଁ ୨୯୫ କୋଟିର ୧୫୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ନୃସିଂହନାଥ ମନ୍ଦିର ପାଇଁ ୪୨ କୋଟି, ବରଗଡ଼ରେ କ୍ୟାନ୍‌ସର ହସ୍ପିଟାଲ ପାଇଁ ୯୦ କୋଟି ଓ ମିସନ ଶକ୍ତି ଭବନ ପାଇଁ ୧୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ୭୧ଟି ସ୍ମାର୍ଟସ୍କୁଲ ମଧ୍ୟ ଲୋକାର୍ପଣ କରିଛନ୍ତି।

ଏହାପରେ ସେଠାରେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଚାଷୀ ହେଉ କି ରିକ୍ସାବାଲା ପ୍ରତିଟି ଜୀବନ ମୂଲ୍ୟବାନ। ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ବହୁତୁ ଦୁଃଖ ଦାୟକ। ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।