ଷ୍ଟିଲ୍‌ ପ୍ଲାଣ୍ଟରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୪/୧୧: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ କୋଲ୍‌ଡି ମିଲ୍‌ ନିକଟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅଜୟ କୁମାରଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅଜୟ ହେଉଛନ୍ତି ଅନିମେଶ ଇଞ୍ଜିନିୟରିଂ ସଂସ୍ଥାର ମାଲିକ । ସେ ଷ୍ଟିଲ୍‌ ପ୍ଲାଣ୍ଟ ଭିତରେ କାମ ନେଇଥିଲେ । ମୃତ ଅଜୟଙ୍କ ଘର କୋଏଲ ନଗରରେ ହୋଇଥିବା ସୂଚନା ମିଳିଛି।