ଓସିଏ ଆପେକ୍ସ କାଉନସିଲ ବୈଠକରେ ନିଷ୍ପତ୍ତି, ଆରମ୍ଭ ହେବ ଅନ୍ତଃ କ୍ଲବ ସିନିଅର କ୍ରିକେଟ

ଭୁବନେଶ୍ୱର, ୮/୧୧: ଆଜି  ଓଡିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ଅପରାହ୍ନ ୩ଟାରେ ଆପେକ୍ସ କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୦୨୧-୨୨ ବର୍ଷ ପାଇଁ ଘରୋଇ କ୍ରିକେଟ୍ କାର୍ଯ୍ୟସୂଚୀ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା।ଏହାସହ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପାଇଁ ଘରୋଇ କ୍ୟାଲେଣ୍ଡର ଆରମ୍ଭ କରାଯିବ ବୋଲି କୁହାଯାଇଛି।୨୦୨୨-୨୩ ବର୍ଷ ପାଇଁ ସିନିୟର ପୁରୁଷ ଅନ୍ତଃ-କ୍ଲବ ୧୫ ନଭେମ୍ବର ରୁ ୧୫ ଡିସେମ୍ବର ୨୦୨୧ ମଧ୍ୟରେ ହେବ। ସିନିୟର ଅନ୍ତଃ କ୍ଲବ ପାଇଁ ଖେଳାଳିଙ୍କ ପଞ୍ଜୀକରଣ ପାଇଁ ୧ ନଭେମ୍ବରରୁ ଆରମ୍ଭ ହୋଇଛି। ଏହା ୧୨ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଜାରି ରହିବ। ସିନିୟର ପୁରୁଷ ଅନ୍ତଃ କ୍ଲବ ପାଇଁ ସର୍ବାଧିକ ଅନୁମତି ପ୍ରାପ୍ତ ବୟସ-ସୀମା ୩୦ ବର୍ଷ  ରଖାଯାଇଛି।

ଜିଲ୍ଲା ଏକାଡେମୀ ପ୍ରକଳ୍ପ  ତୃଣମୂଳ ସ୍ତରରେ କ୍ରିକେଟ୍ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି। ପ୍ରଥମେ ୧୫ ଟି ଜିଲ୍ଲାରେ ଆରମ୍ଭ ହୋଇଥିବା ଫାଉଣ୍ଡେସନ ଏବେ ପରବର୍ତ୍ତୀ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ୧୭ ଟି ଜିଲ୍ଲାରେ ଉଦଘାଟନ କରାଯିବ।

ସେହିପରି ଓଡିଶା କ୍ରିକେଟ୍ ଆସୋସିଏସନ୍ ଖୁବ୍ ଶୀଘ୍ର U-14 ପାଇଁ ଆବାସିକ ଏକାଡେମୀ ଆକାରରେ ଏକ ଫିଡର୍ ସେଣ୍ଟର ଆରମ୍ଭ କରିବ।ଯେଉଁ ଥିରେ ବାଳକମାନେ ରାଜ୍ୟରେ ଥିବା ସର୍ବୋତ୍ତମ ପ୍ରତିଭାମାନେ କଳା ସୁବିଧା ପାଇପାରିବେ ଏବଂ
ସେମାନଙ୍କୁ ଦକ୍ଷତା ସେଟ୍ ବୃଦ୍ଧି ପାଇଁ ଆଧୁନିକ କୋଚିଂ ମଧ୍ୟ ଦିଆଯାଇପାରିବ।

ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସହ ସମ୍ପାଦକ ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ସଞ୍ଜୟ ବେହେରା, ଯୁଗ୍ମ ସଚିବ ମେହତବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ୍ ର ମନୋନୀତ ସଦସ୍ୟ, ସୁଭାସିସ ସେନାପତି ଓ ଆବକ୍ଷ ଖଟୁଆ ଓସିଏ  ସିିିଇଓ ସୁବ୍ରତ କୁମାର ବେହେରା ଏହି ବୈଠକ ରେ ଉପସ୍ଥିତ ରହିଥିଲେ। ଏହାସହ ରଶ୍ମୀତା ମହାନ୍ତି (ନାମାଙ୍କିତ ସଦସ୍ୟ, ଆଇସିଏ) ମଧ୍ୟ ଏକ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ  ଯୋଗ ଦେଇଥିଲେ |