ବଡ଼ ଖବର: ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ୱର, ୧୦/୧୧: ରାଜ୍ୟରେ କୋଭିଡ ସଂକ୍ରମଣ ଯୋଗୁ ପିଲାଙ୍କ ପାଠପଢ଼ା ଉପରେ ବେଶ ପ୍ରଭାବ ପକାଇଛି। ଏହାରିମଧ୍ୟରେ ଏବେ ଟିକେ କରୋନା ସଂକ୍ରମଣ କମିବାରେ  ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲାଯାଉଛି। ଆଗରୁ ଅଷ୍ଟମ, ନବମ, ଦଶମ ଓ ଏକାଦଶ ପାଇଁ ସ୍କୁଲ ଓ ଶ୍ରେଣୀ ଗୃହରେ ପାଠ ପଢା ହେବା ନେଇ ଅନୁମତି ମିଳିଥିଲା। ସେହିପରି ଆଜି ନଭେମ୍ବର ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିିିବ ବୋଲି ସୂଚନା ରହିଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିିଳିଛି।କୋଭିଡ୍ ଗାଇଡଲାଇନ ଅନୁସାରେ ସ୍କୁଲରେ ପାଠପଢ଼ା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।