ଚଳିତବର୍ଷ ମଧ୍ୟ ହେବନି କଟକ ଐତିହାସିକ ବାଲିଯାତ୍ରା

କଟକ,୯/୧୧: ରାଜ୍ୟରେ ଏବେ ବି କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି । ତେଣୁ ଚଳିତବର୍ଷ ମଧ୍ୟ ଐତିହାସିକ କଟକ ବାଲିଯାତ୍ରା ହେବନାହିଁ । ରାଜ୍ୟରେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ବାଲିଯାତ୍ରା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ଏହାସହ ସମସ୍ତ ପ୍ରକାର ଜନସମାଗମ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ରାଜ୍ୟରେ ଚଳିତ ବର୍ଷ ସଂକ୍ରମଣ କମିଥିଲେ ବି ବାଲିଯାତ୍ରା ଆୟୋଜନ ସମ୍ଭବ ନୁହେଁ ବୋଲି କୁହାଯାଇଛି । କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଜନସମାଗମ ହେଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ କରୋନା ଯୋଗୁଁ ଗତବର୍ଷ ମଧ୍ୟ ବନ୍ଦ ରହିଥିଲା ବାଲିଯାତ୍ରା ।