ପରିବା ମାର୍କେଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର, ୯/୧୧: ରାଜ୍ୟରେ ଏବେ ଚୋରି ଡକାୟତି ସାଙ୍ଗକୁ ବଢି ଚାଲିଛି ନିଶାଦ୍ରବ୍ୟ ଚୋରା ଚାଲାଣ। ଏହାରିମଧ୍ୟରେଏକ ପରିବା ମାର୍କେଟରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି କ୍ରାଇମବ୍ରାଞ୍ଚ STF। ଏହି ମାମଲାରେ ବାଲେଶ୍ଵର ସ୍ଥିତ ସହଦେବଖୁଣ୍ଟାରେ ପରିବା ମାର୍କେଟରୁ ଅଭିଯୁକ୍ତ ଡ୍ରଗ୍ସ ମାଫିଆ ଅଶୋକ ଯାଦବ ଓ ସୁରଜ ଯାଦବ ଗିରଫ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ସେଠାରୁ ପ୍ରାୟ୧ କେଜି ୫୬ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଅନ୍ୟପଟେ ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରିବ କ୍ରାଇମ୍‌ବ୍ରାଞ୍ଚ।