ଏଣିକି ଅଳିଆ ପାଇଁ ୟୁଜର୍ସ ଫି ଦେବେ ପୁରୀବାସୀ

ପୁରୀ, ୮/୧୧: ଏଣିକି ଅଳିଆ ପାଇଁ ୟୁଜର୍ସ ଫି ଦେବେ ପୁରୀବାସୀ । ଆସନ୍ତା ୧୦ ତାରିଖରୁ ଫି ଆଦାୟ ନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ୫୦୦ ବର୍ଗ ଫୁଟ ବିଶିଷ୍ଟ ଘର ପାଇଁ ୨୫ ଟଙ୍କା, ୧୨୦୦ ବର୍ଗ ଫୁଟ ଘର ପାଇଁ ୫୦ ଟଙ୍କା, ୩ହଜାର ବର୍ଗ ଫୁଟ ଘର ପାଇଁ ୭୦ ଟଙ୍କା ଓ ୫ହଜାର ବର୍ଗ ଫୁଟ ଘର ପାଇଁ ମାସିକ ଶହେ ଟଙ୍କା ଶୁଳ୍କ ଆଦାୟ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ହୋଲ୍ଡିଂ ଟାକ୍ସ ଦେଉଥିବାବେଳେ ଏବେ ଅଳିଆ ପାଇଁ ଟଙ୍କା ଦେବାକୁ ପଡିବ । ଯାହାକୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ତୀବ୍ର ବିରୋଧ କରିଛନ୍ତି । ଏନେଇ ଆଜି ୩୧ଟି ଅନୁଷ୍ଠାନ ପୃଥକ ପୃଥକ ଭାବରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ୟୁଜର୍ସ ଫି ଆଦାୟ ନିଷ୍ପତ୍ତିର ପୁନର୍ବିଚାର କରାଯାଉ ବୋଲି ସେମାନେ କହିଛନ୍ତି । ନଚେତ ୧ଲକ୍ଷ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବା ସହ ରାଜରାସ୍ତାରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଥିବା ସୂଚନା ରହିଛି ।