ଭବାନୀପାଟଣାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮/୧୧: ଆଜି କଳାହାଣ୍ଡି ସ୍ଥିତ ଭବାନୀପାଟଣା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ପହଂଚି ଜିଲ୍ଲାର ୪ ଲକ୍ଷ ୭ ହଜାର ୧୦୪ ପରିବାରକୁ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି । ଏହାପରେ ୯୦୦ କୋଟିର ପ୍ରକଳ୍ପର ଉଦଘାଟନ କରି ବହୁତ ଖୁସି ଅଛନ୍ତି ବୋଲି ସେ କହିଛନ୍ତି । କଳାହାଣ୍ଡିର ୬୮ ପ୍ରତିଶତ ଜମି ଆଜି ଜଳସେଚିତ ହୋଇଛି । ଧାନ, ମାଛ ଓ କପା ଉତ୍ପାଦନରେ କଳାହାଣ୍ଡି ଆଗରେ ରହିଛି । କଳାହାଣ୍ଡି ଆଜି ଏଜୁକେସନାଲ ହବ୍ ହୋଇପାରିଛି । କଳାହାଣ୍ଡିରେ ଖୁବଶୀଘ୍ର ମେଡିକାଲ କାମ ସରିବାକୁ ଯାଉଛି । ପ୍ରତି ଜୀବନ ମୂଲ୍ୟବାନ, ସେ ଚାଷୀ ହେଉ କି ମୂଲିଆ ହେଉ କି ଛୋଟ ଦୋକାନୀ, ସମସ୍ତଙ୍କ ଜୀବନ ମୂଲ୍ୟବାନ ବୋଲି ସେ କହିଛନ୍ତି । ସମସ୍ତେ ସୁସ୍ଥ ରୁହନ୍ତୁ, ଚିକିତ୍ସା ପାଇଁ ଟଙ୍କା କେବେ ବାଧକ ନହେଉ । ପ୍ରତି ପରିବାରର ଉନ୍ନତିରେ ରାଜ୍ୟର ଉନ୍ନତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭିକେ ପାଣ୍ଡିଆନ୍, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର , ନବ ଦାସ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ ଉପସ୍ଥିତ ରହିଥିଲେ ।