ଆରପାରିରେ ବିଶିଷ୍ଟ କାର୍ଟୁନ ଶିଳ୍ପୀ କିଶୋର ରଥ

ଭୁବନେଶ୍ୱର, ୮/୧୧: ଆଜି ବିଶିଷ୍ଟ କାର୍ଟୁନ ଶିଳ୍ପୀ କିଶୋର ରଥଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ କିଶୋରଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି। ‘କଟାକ୍ଷ’ ଓ ‘ସ୍ପୋର୍ଟାକ୍ଷ’ ପାଇଁ ଘରେ ଘରେ ପରିଚିତ ଥିଲେ କିଶୋର।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ଅମର ଆତ୍ମାର ସଦ୍‌ଗତି କାମନା ସହ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି। ଏହାସହ ଉପସ୍ଥାପନର ନିଜସ୍ବ ସ୍ବତନ୍ତ୍ର ଶୈଳୀ ପାଇଁ କିଶୋର ସ୍ମରଣୀୟ ରହିବେ
ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।