ଯବାନଙ୍କ ଉପରକୁ ଯବାନଙ୍କ ଗୁଳି ବର୍ଷା

ଭୁବନେଶ୍ୱର, ୭/୧୧: ଛତିଶଗଡ଼ ସୁକମା ଜିଲ୍ଲାର ଲିଙ୍ଗମପଲ୍ଲୀ CRPF ବାଟାଲିଅନ-୫୦ ଶିବିରରେ ଗୁଳିକାଣ୍ଡ ଘଟିଛି। ସର୍ଭିସ ବନ୍ଧୁକରୁ ସାଥୀ ଯବାନଙ୍କ ଉପରକୁ ଯବାନଙ୍କ ଗୁଳି ବର୍ଷା ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ଭଦ୍ରାଚଳମ୍‌ ହସ୍ପିଟାଲରେ ୩ CRPF ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଯବାନ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ସୂଚନାଯୋଗ୍ୟ ଯେ ପାରସ୍ପରିକ ବିବାଦରୁ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତ ରୁ ସୂଚନା ମିଳିଛି।