କିପରି କଟିବ ଆଜି ଆପଣଙ୍କ ଦିନ: ୮/୧୧/୨୦୨୧

ମେଷ: ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ରାଜନୀତିରେ ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ।

ବୃଷ:ସାଧାରଣ କଥାକୁ ଭୃକ୍ଷେପ ନକରି ମାନସିକ ଶାନ୍ତି ଅନୁଭବ କରିବେ । କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ । ନିଜ ଚେଷ୍ଟାରେ ସାମାନ୍ୟ ଚେଷ୍ଟାକଲେ ବାକିଥିବା ଅର୍ଥ ପାଇବେ । ଗୃହ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ ।

ମିଥୁନ:ସାମାଜିକ ପ୍ରତିଷ୍ଠା ବଢ଼ିବ । ସେବା ସମ୍ବନ୍ଧିୟ କାର୍ଯ୍ୟରେ ପ୍ରଶଂସିତ ହେବେ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ । ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ ।

କର୍କଟ:ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ ।

ସିଂହ:ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ମାନ ମନାନ୍ତର ଦୂର ହେବ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧିଘଟିବ ଓ ଲାଭବାନ ହେବେ ।

କନ୍ୟା:ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । କଳେବଳେ କୌଶଳରେ ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ । କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ ।

ତୁଳା:ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ । ଧନର ଆଗମନ ହୋଇପାରେ । ପରିବାରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇ ଯିବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗେ ଅନ୍ୟମନସ୍କ ରହିବେ ।

ବିଛା:ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ଓ ଚିତ୍ତ ପ୍ରସନ୍ନ ରହିବ । ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ । ନିଜ ଲୋକମାନେ ହିଁ କାମରେ ଆସିବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ । ବିଦ୍ୟା କ୍ଷେତ୍ରରେ ବୀଜୟ ପ୍ରାପ୍ତ ହେବ ।

ଧନୁ:ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ । ଚିତ୍ତପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ । ସମସ୍ୟା ଦୂରହୋଇ ଉଚ୍ଚ ଆଶାରେ ଆଗେଇବେ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଉଚ୍ଚଆଶା ସଫଳ ହେବ ।

ମକର:ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । କାର୍ଯ୍ୟଭାର ବହନ କରି ଯାତ୍ରା କରିବାକୁ ପଡ଼ିବ ।

କୁମ୍ଭ:ସମସ୍ତ ସମସ୍ୟା ସମାଧାନର ଆଶା ଉଜ୍ଜ୍ଵଳ ହେବ । ଆୟ ବୃଦ୍ଧି ହେବା ଫଳରେ ବ୍ୟବସାୟରେ ଉତ୍ସାହ, ଉଦ୍ଦୀପନା ବୃଦ୍ଧି ପାଇବ । ପାରିବାରିକ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ ।

ମୀନ:ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ । କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ଉପରିସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବା ସହ ପ୍ରଶଂସିତ ହେବେ । ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିଯିବ ।