ଟି-୨୦ ବିଶ୍ୱକପରେ ଶେଷ ହେଲା ଭାରତର ଅଭିଯାନ

ନୂଆଦିଲ୍ଲୀ, ୭/୧୧: ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତର ଅଭିଯାନ ଶେଷ ହୋଇଛି। ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ପରେ ସିରିଜରୁ ବାଦ୍ ପଡ଼ିଛି ଟିମ୍ ଇଣ୍ଡିଆ । ଆଫଗାନିସ୍ତାନ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ସେ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୨୪ ରନ୍ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡ ଦଳ ମାତ୍ର ୨ ଓ୍ୱିକେଟ୍ ହରାଇ ୧୨୫ ରନ୍‌ କରି ବିଜୟ ହୋଇଥିଲା। ଆଫଗାନିସ୍ତାନକୁ ହରାଇ ସେମିଫାଇନାଲରେ ପହଞ୍ଚିଛି ନ୍ୟୁଜିଲାଣ୍ଡ ।