ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ, ୭/୧୧: ଦିଲ୍ଲୀରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଚାଲିଛି । ଉଭୟ ଫିଜିକାଲ ଏବଂ ଭର୍ଚ୍ଚୁଆଲ ଫର୍ମାଟରେ ହେଉଛି ବୈଠକ । ୨୦୨୨ରେ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ ହେବ। ନିକଟରେ ଶେଷ ହୋଇଥିବା ଉପନିର୍ବାଚନ ଫଳାଫଳର ସମୀକ୍ଷା କରିବ ଦଳ  ସମୀକ୍ଷା କରିବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଦଳର କେନ୍ଦ୍ରୀୟ ଏବଂ ରାଜ୍ୟସ୍ତରୀୟ ନେତା ସାମିଲ ଅଛନ୍ତି।