ଖସୁଛି ପାରଦ , ବଢୁଛି ଶୀତ

ଭୁବନେଶ୍ୱର,୭/୧୧: ଏବେ ରାଜ୍ୟରେ ତାପମାତ୍ରା କମିବାରୁ ଶୀତ ବଢ଼ିବାରେ ଲାଗିଛି । ଅନ୍ୟପଟେ ରାତିରେ ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ପାହାଡ଼ିଆ ଅଞ୍ଚଳ କନ୍ଧମାଳ ଜିଲ୍ଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୫ଡିଗ୍ରି ଓ ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିଠାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ ହୋଇଛି । ରାତ୍ରିରେ ତାପମାତ୍ରା ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ସେହିଭଳି ଉପକୂଳର କିଛି ଜିଲ୍ଲାରେ ମଧ୍ୟ ୦.୫ରୁ ୧ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତରରେ ହ୍ରାସ ଘଟିଛି। ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ଆହୁରି ୨ ଡିଗ୍ରି ତଳକୁ ଖସିବ।

ଅନ୍ୟପଟେ ଆସନ୍ତା ୯ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ୧୨ ବା ୧୩ ତାରିଖରେ ତାମିଲନାଡ଼ୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଛୁଇଁବ । ଏହା ପ୍ରଭାବରେ ଭୁବନେଶ୍ୱର, ଗୋପାଳପୁର, ପୁରୀ ଓ ପାରାଦୀପ ସମେତ ସମୁଦ୍ର କୁଳିଆ ଅଞ୍ଚଳରେ ୧୧ ଓ ୧୨ ତାରିଖରେ ପ୍ରବଳ ବର୍ଷା ହେବ।