ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବାକୁ ରାଜନୈତିକ ଦଳଗୁଡ଼ିକର ପ୍ରସ୍ତାବ

ଭୁବନେଶ୍ୱର, ୬/୧୧:ପଞ୍ଚାୟତ ନିର୍ବାଚନ ପାଇଁ ଆଜି ହୋଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ରାଜ୍ୟ ନିର୍ବାଚନ କମିସନର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଭୋଟର ତାଲିକା ନିର୍ଭୁଲ ଭାବରେ କରାଯିବା ନେଇ ଓ ଭୋଟରେ ତାଲିକାରେ ନାଁ ସହିତ ଏପିକ ଆଇଡି ଯୋଡ଼ା ଯିବ। ନିର୍ବାଚନରେ ଖର୍ଚ୍ଚ, ଭୋଟ ଗ୍ରହଣ ଅବଧି, ଯାନବାହନ ବ୍ୟବହାର ବୃଦ୍ଧି ଉପରେ,
ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବାକୁ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତାବ ଦେଇଛି । ନିର୍ବାଚନର 7 ଦିନ ପୂର୍ବରୁ ମଦ ଦୋକାନ ବନ୍ଦ କରାଯିବ । ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ସୀମା ୮୦ ହଜାର ଟଙ୍କାରୁ ୨ ଲକ୍ଷ କରିବାକୁ ଦାବି ହୋଇଛି।