ମମିତା ମେହେର ହତ୍ୟା ମାମଲା, ବିଜେପିର ୧୨ ଘଣ୍ଟିଆ ଗଜପତି ବନ୍ଦ ଡାକରା

ଭୁବନେଶ୍ୱର, ୬/୧୧: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ରେ ଆଜି ୧୨ ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ । ମମିତାଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ଗଜପତି ବନ୍ଦ ଡାକରା ଦେଇଛି ବିଜେପି। ସକାଳ ୬ଟାରୁ ସଂନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ। ଜିଲ୍ଲାରେ ସମସ୍ତ ଦୋକାନ ବଜାର ସହ ସମସ୍ତ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି। ଜରୁରୀ ସେବା ଗୁଡିକ ବ୍ୟତୀତ ଆଉ ସବୁ ବନ୍ଦ ରହିଛି।