ରାଜଧାନୀରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର, ୪/୧୧: ରାଜଧାନୀ ଭୁବନେଶ୍ୱରରେ ଚୋରି, ଡକାୟତି ସହ ନିଶାଦ୍ରବ୍ୟ ଚୋରାଚାଲାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରିମଧ୍ୟରେ ଆଜି ଭୁବନେଶ୍ୱର ସ୍ଥିତ ହାଇଟେକ ଛକରୁ ଆନୁମାନିକ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ୨ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ମଞ୍ଚେଶ୍ଵର ପୋଲିସ । ସୂଚନାଯୋଗ୍ୟ ଯେ ଅପରେସନ ହ୍ଵାଇଟ ସ୍ପାଇଡରରେ ଏଯାଏ ୨.୦୩୮ କେଜି ବ୍ରାଉନସୁଗାର ଜବତ ହୋଇଛି । ଅନ୍ୟପଟେ ଏହି ଅଭିଯାନରେ ଏବେ ସୁଦ୍ଧା ୩୮ ଜଣଙ୍କୁ ଗିରଫ କରିଛି ପୋଲିସ ।