ଓଡ଼ିଶା ପିସିସି ଶୃଙ୍ଖଳା କମିଟିକୁ ଏଆଇସିସିର ଅନୁମୋଦନ

ଭୁବନେଶ୍ୱର,୪/୧୧: ଓଡ଼ିଶା ପିସିସି ଶୃଙ୍ଖଳା କମିଟିକୁ ଏଆଇସିସିର ଅନୁମୋଦନ ମିଳିଛି। ଶୃଙ୍ଖଳା କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୭ ଜଣ ସଦସ୍ୟଙ୍କୁ ନିଯୁକ୍ତି ମିଳିଥିବା ସୂଚନା ମିଳିଛି। କିଶୋର ଚନ୍ଦ୍ର ପଟେଲ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ହୋଇଥିବା ବେଳେ ସାବିତ୍ରୀ ଚୌଧୁରୀ, ସଦନ ନାୟକ, ପ୍ରତିମା ମଲ୍ଲିକ, ବିଜନ ଦାସ, ସତ୍ୟ ଭୂଷଣ ସାହୁ, ଜାନକୀ ବଲ୍ଲଭ ପଟ୍ଟନାୟକ, ଆର୍.ଏନ୍ ମହାନ୍ତି ସଦସ୍ୟ ହୋଇଛନ୍ତି।