କାଳୀପୂଜା ପାଇଁ କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର, ୩/୧୧: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ଏହାରିମଧ୍ୟରେ କାଳୀପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ହୋଇଛି।ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରରେ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ୧୪ଟି ଏଡ୍ ପୋଷ୍ଟ ପ୍ରତିଷ୍ଠା ସହ ୧୦୪ ପୋଲିସ୍ ଅଧିକାରୀଙ୍କୁ ଦାୟିତ୍ୱ ମିଳିଛି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ କଟକ ସହରରେ ୭୧ଟି କାଳୀମେଢ଼ ପୂଜା ପାଉଛନ୍ତି।