ପୁରୀ ଜିଲ୍ଲାର ଚାଷୀଙ୍କ ପାଇଁ କାଳିଆ ଟଙ୍କା ଘୋଷଣା

ଭୁବନେଶ୍ୱର, ୩/୧୧: ପୁରୀ ଜିଲ୍ଲାର ଚାଷୀଙ୍କ ପାଇଁ କାଳିଆ ଟଙ୍କା ଘୋଷଣା କରାଯାଇଛି। ପୁରୀରେ  ୧ ଲକ୍ଷ ୬୫ ହଜାର ୧୩୧ ଜଣ ଚାଷୀଙ୍କ ପାଇଁ ୩୩.୩ କୋଟି କାଳିଆ ଟଙ୍କା ଘୋଷଣା ହୋଇଥିବା ସୂଚନା ରହିଛି। ୨୦୨୧-୨୨ ରବି ଋତୁ ପାଇଁ ଏହି କାଳିଆ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନାଯୋଗ୍ୟ ଯେ ପୂର୍ବରୁ ସାରା ରାଜ୍ୟର ଚାଷୀଙ୍କ ପାଇଁ ୭୪୨.୫୮ କୋଟିର କାଳିଆ ସହାୟତା ଘୋଷଣା ହୋଇଥିଲା ।