ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଗିରଫ 

ଭୁବନେଶ୍ୱର, ୨/୧୧: ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଗିରଫ ହୋଇଛନ୍ତି। ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ଜେନା ମଧ୍ୟ ଗିରଫ ହୋଇଥିବା ସୂଚନା ମିଳିଛି। ଉଭୟ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁର୍ନୀତି କାରବାରରେ ରାମଚନ୍ଦ୍ରଙ୍କ ପ୍ରମୁଖ ସହଯୋଗୀ ଥିଲେ ଲକ୍ଷ୍ମଣ ।

ସୂଚନା ଯୋଗ୍ୟ ଯେ ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଥିଲା। ରାମଚନ୍ଦ୍ରଙ୍କଠାରୁ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ ହୋଇଥିବା ବେଳେ ନିମାପଡ଼ା ସରକାରୀ ବାସଭବନରୁ ୫୦ ହଜାର ଟଙ୍କା ଠାବ ହୋଇଛି। ଏହାସହ କଟକ ସିଡିଏ ସ୍ଥିତ ବାସଭବନ ଓ କେନ୍ଦ୍ରାପଡ଼ା ଘରେ ମଧ୍ୟ ଚଢ଼ାଉ ହୋଇଥିଲା।