ଦୀପାବଳି ଦିନ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର, ୧/୧୧: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଟଳିନି। ଏହାରିମଧ୍ୟରେ ଆଗକୁ ଆସୁଛି ଦୀପାବଳି। ତେଣୁ ଦୀପାବଳି ପାଇଁ କଟକଣା ଜାରି କରିଛି ପୁରୀ ପ୍ରଶାସନ। ଶ୍ରୀମନ୍ଦିର ଆଗରେ ବଡବଡୁଆ ଡାକ ମନା । ଏହାସହ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମରଚିକୋଟ ଛକ ନିକଟରୁ ଶ୍ରୀମନ୍ଦିର ଚତୁର୍ପାର୍ଶ୍ବରେ କାଉଁରିଆ କାଠି ଜାଳିବା ପାଇଁ ମଧ୍ୟ ଅନୁମତି ନାହିଁ । ଅନ୍ୟପଟେ ଦୀପାବଳି ଦିନ ଶ୍ରୀମନ୍ଦିଦରର ଆଖପାଖ ଅଞ୍ଚଳରେ  ୧୪୪ ଧାରା ଜାରି କରାଯିବ।