ଆସିଲା ନଭେମ୍ବର ମାସ ପାଇଁ ଗାଇଡ଼ ଲାଇନ, ଜାଣନ୍ତୁ କଣ ରହିଛି କଟକଣା

ଭୁବନେଶ୍ୱର, ୩୧/୧୦: ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ପାଇଁ ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ନଭେମ୍ବର ୧ରୁ ଡିସେମ୍ବର ୩୧ ଯାଏଁ କୋଭିଡ ଗାଇଡଲାଇନ  ଜାରି ହୋଇଛି।  ପୌରାଞ୍ଚଳରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ। ଅନ୍ୟପଟେ ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବ ନାହିଁ। ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ। ବାଣ ବିକ୍ରି ଓ ଫୁଟାଇବା ଉପରେ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି ହୋଇଛି। ଏହାସହ ପୂର୍ବ ନିର୍ଦେଶ ଅନୁସାରେ ପର୍ବ ପର୍ବାଣୀ ପାଳନ କରାଯିବ।