ଦୀପାବଳି ପରେ ଖୋଲିପାରେ ସ୍କୁଲ

ଭୁବନେଶ୍ୱର, ୩୧/୧୦: ରାଜ୍ୟରେ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସବୁ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଥିଲା। ଏବେ ସ୍ଥିତି ସୁଧୁରିବା ପରେ ଆସ୍ତେ ଆସ୍ତେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲା ଯାଉଛି। ଏହାରିମଧ୍ୟରେ ଦୀପାବଳି ପରେ ସ୍କୁଲ ଖୋଲିବା ନେଇ  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି।ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବ।