ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ରର ସହାୟତା

ଭୁବନେଶ୍ୱର, ୧୩/୧୧: ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଓଡ଼ିଶା ସମେତ ୬ ରାଜ୍ୟକୁ କେନ୍ଦ୍ର ସହାୟତା ପ୍ରଦାନ କରିଛି।ଓଡ଼ିଶାକୁ ୧୨୮ କୋଟି ଟଙ୍କାର ସହାୟତା ଦିଆଯାଇଥିବା ବେଳେ ୬ ରାଜ୍ୟକୁ ମୋଟ୍‌ ୪ ହଜାର ୩୮୧ କୋଟି ଟଙ୍କାର ସହାୟତା କରାଯାଇଥିବା ସୂଚନା ମିଳିଛି। ୬ ରାଜ୍ୟ ଗୁଡିକ ଓଡ଼ିଶା, ପଶ୍ଚିମବଙ୍ଗ, ସିକ୍କିମ, ମଧ୍ୟପ୍ରଦେଶ, ତାମିଲନାଡୁ ଓ ମହାରାଷ୍ଟ୍ର। ଉଲ୍ଲେଖ ଯୋଗ୍ୟ ଯେ ଅମିତ ଶାହଙ୍କ ନେତୃତ୍ବରେ ବସିଥିବା ବୈଠକରେ  ଏହିପରି ଘୋଷଣା କରାଯାଇଛି।