ବଦଳିଲା ଫେସ୍‌ବୁକ୍‌ର ନାଁ, ନୂଆ ନାଁ ହେଲା ମେଟା

ନୂଆଦିଲ୍ଲୀ, ୨୯/୧୦: ଛୋଟ ପିଲାଠୁ ବୃଦ୍ଧ ବ୍ୟବହାର କରୁଥିବା ଲୋକପ୍ରିୟ ସୋସିଆଲ ମିଡିଆ ଫେସ୍‌ବୁକ୍‌ର ନାମ ବଦଳିଛି। ଫେସ୍‌ବୁକ୍‌ର ନାମ ବଦଳି ନୂଆ ନାମ ହୋଇଛି ମେଟା। ନୂଆ ନାଁ ଘୋଷଣା କଲେ ଫେସ୍‌ବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ।
୨୦୦୪ରେ ପ୍ରତିଷ୍ଠା ହୋଇଥିବା ଫେସ୍‌ବୁକ୍ ପ୍ରାୟ ୧୭ ବର୍ଷ ପରେ ଫେସବୁକ୍‌ର ନାଁ ପରିବର୍ତ୍ତନ କରିଛି କମ୍ପାନି। ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି ଫେସବୁକ୍‌ର ନାଁ ପରିବର୍ତ୍ତନ ନେଇ ଚର୍ଚ୍ଚା ଚାଲିଥିଲା।