ଘରେ ରହି ବଡ଼ ବଡୁଆ ଡାକି ପୟା ଶ୍ରାଦ୍ଧ କରିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ପୁରୀ,୧୩/୧୧: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କାମୁଛି। କିନ୍ତୁ କରୋନାର ଦୂତୀୟ ଲହରି ଆଶଙ୍କା ରହିଛି। ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି  ପୁରୀରେ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ପୟାଶ୍ରାଦ୍ଧ ଦେବା ପାଇଁ ଅନୁମତି ଦିଆଯାଇନାହିଁ। କରୋନା ଯୋଗୁଁ କାଉଁରିଆ କାଠି ଜାଳିବା ମନା ହୋଇଛି। କାରଣ ଧୁଆଁ ସାଙ୍ଗକୁ ଭିଡ଼ ପରିସ୍ଥିତି ଆହୁରି ସଙ୍କଟାପନ୍ନ କରିବ। ତେଣୁ ଘରେ ରହି ବଡ଼ ବଡୁଆ ଡାକି ପୟା ଶ୍ରାଦ୍ଧ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଅନ୍ୟପଟେ ବୀରଗୋବିନ୍ଦପୁର ମାଆ ଦକ୍ଷିଣକାଳୀଙ୍କ ପୀଠରେ ବିନା ଭକ୍ତରେ  କାଳୀପୂଜା ହେବ।