ଚାନ୍ଦିପୁର DRDO ତଥ୍ୟ ଲିକ୍ ମାମଲାରେ ଆସିଲା ନୂଆ ତଥ୍ୟ

ଭୁବନେଶ୍ୱର, ୨୭/୧୦: ଚାନ୍ଦିପୁର DRDO ତଥ୍ୟ ଲିକ୍ ନୂଆ ତଥ୍ୟ ସାମ୍ନା କୁ ଆସିଛି। ଓଡ଼ିଶା ପରେ ରାଜସ୍ଥାନରେ ରହସ୍ୟମୟୀଙ୍କ ହନିଟ୍ରାପ୍‌ ସାମ୍ନାକୁ ଆସିଛି। ରାଜସ୍ଥାନ ଯୋଧପୁର ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ହନିଟ୍ରାପ୍‌ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ଅକ୍ଟୋବର ୧୫ରେ ହନିଟ୍ରାପ୍‌ ଲିଙ୍କ୍ ନେଇ ସିଆଇଡିକୁ ସୂଚନା ମିଳିଥିଲା। ଏନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କରିଛି ରାଜସ୍ଥାନ ସିଆଇଡି। ଓଡ଼ିଶାରୁ ଗିରଫ ଅଭିଯୁକ୍ତଙ୍କ ଟଙ୍କା ନେଣଦେଣ ରିପୋର୍ଟ ମଧ୍ୟ ମିଳିଛି।