୨୦୦୬ ଓଏଏସ ନିଯୁକ୍ତି ବିବାଦ ମାମଲା: ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର, ୨୬/୧୦: ୨୦୦୬ ଓଏଏସ ନିଯୁକ୍ତି ବିବାଦ ମାମଲାର ଆଜି ଶୁଣାଣି କରିଛନ୍ତି ଓଡ଼ିଶା ହାଇକୋର୍ଟ । ଏହାସହ ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ । ୩୭୮ ଜଣ ଓଏଏସ ଅଧିକାରୀଙ୍କୁ ଆଶ୍ୱସ୍ତି ମିଳିଛି । ୩୭୮ ଟି ଓଏଏସ ପଦବୀ ନିଯୁକ୍ତିକୁ ନେଇ ଉପୁଜିଥିବା ବିବାଦର ଶୁଣାଣି ହୋଇଛି । ଏହାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ସ୍ୟାଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିବା ସହ ୩୭୮ ଓଏଏସ ପଦକୁ ବୈଧ ଘୋଷଣା କରିଛନ୍ତି । ସୂଚନା ଯୋଗ୍ୟ ଯେ ୨୦୦୬ରେ ଓଏଏସ ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ ସ୍ୟାଟ । ଏହାପରେ ସ୍ୟାଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଥିଲା ।